Poets

ଅଛବ ଇଲାକାକୁ / In die Ecke für Unberührbare

ଅଛବ ଇଲାକାକୁ
Sie benötigen den Flashplayer , um dieses Video zu sehen


ଘଞ୍ଚ ତେନ୍ତୁଳି ପତ୍ର ପରି
ଅନ୍ଧାରୀ ଜଙ୍ଗଲରେ
ଠିଆ ହୋଇଥାଏ
ଏକ ମୁକୁଳା ଜହ୍ନ ରାତି,

ରାତିକୁ ନେସି ହୋଇ
କୁତୁକୁତାଉ ଥାଏ
ହୋ... ହୋ... ବିଲୁଆର ଡାକ,

ଚେତାଶୂନ୍ୟ ମୋ ପୁଅ ଶୋଇ ପଡ଼ିବା ପରେ
ଜହ୍ନ ହୋଇ ଆକାଶରେ ଗଡୁଥାଏ
ତା’ହାତର ଖେଳନା ବାଟି ।

ଏଇ ବେଳାରେ
ଝରଣାକୁ ବାଟ ପଚାରି ପଚାରି
ପହଂଚି ଯାଆନ୍ତି ପାଦ୍ରୀ ବୁଢ଼ା,
ଠକ୍ ଠକ୍ କରନ୍ତି ଘରର ବାଉଁଶ ତାଟି ।

ଅ... ଆ...ର ବର୍ଣ୍ଣବୋଧ
ଲେପି ଦିଅନ୍ତି ଆଖିରେ ତ’
ଜଙ୍ଗଲର ଅନ୍ଧାର
ଫର୍ଚ୍ଚା ଦେଖାଯାଏ,

ପାଦରେ ଶୁଂଘେଇ ଦିଅନ୍ତି
ସ୍ୱାସ୍ଥ୍ୟ ଚେତନାର ମହନି ତ’
ମୁଁ ଠିଆ ହୋଇ
ଠୁମ୍ ଠୁମ୍ ପାଦ ବଢ଼ାଏ,

ଗୁଣୁ ଗୁଣୁ ଈଶ୍ୱର ପ୍ରେମ
କାନରେ ଶୁଭେ,
ପାଦ୍ରୀ ବୁଢ଼ାକୁ ଭଲ ପାଏ ।

ପାଦ୍ରୀବୁଢ଼ାକୁ ଭଲ ପାଏଁ ବୋଲି
ସିଏ ଯେଉଁ ଆଖିରେ ଦେଖେ
ମୁଁ ସେଇ ଆଖିରେ
ଦୃଶ୍ୟଟିଏ ହୋଇ ଉଭାହୁଏଁ,

ସିଏ ଯେଉଁ ହୃଦୟ ନେଇ ବଂଚେ
ମୁଁ ସେଇ ହୃଦୟର
ପ୍ରତିରୂପ ପାଲଟି ଯାଏ

ସିଏ ଯେଉଁ ଗୀତ ରବିବାରରେ ଗାଏ
ମୁଁ ସେଇ ଗୀତର ପାଳିଆ ଧରେ

ପାଦ୍ରୀବୁଢ଼ାକୁ ଭଲ ପାଏ ।

ଆଛା!
ତମେ ଯେଉଁମାନେ ଯୁଗ ଯୁଗ ହେଲା
ବନବାସୀ କହି ଫିଙ୍ଗି ଦେଇଥିଲ
ଜଙ୍ଗଲର ବାଘ ମୁହଁକୁ,
ଜାତିଆଣ ସଂସ୍କୃତିରେ ମୋତେ
ଗାଁ ମୁଣ୍ଡର ଅଛବା ଇଲାକାକୁ,

ହେ!
ସଂସ୍କାରବାଦୀମାନେ
ଏଯାଏଁ ତମେ ଥିଲ କୁଆଡେ?

ଆଖିରେ ଦୃଶ୍ୟ,
କାନରେ ଶ୍ରାବ୍ୟ
ଏବଂ ଜିଭରେ ଶବ୍ଦ
ପାଦ୍ରୀ ବୁଢ଼ା ଖଂଜି ସାରିଲା ଉତ୍ତାରେ
ମୋ ପାଇଁ ଆଣିଛ
ସୁସଜ୍ଜିତ ଗେରୁଆ ରଥ,
ଯାହା ଭିତରେ
କୁହୁଁରି ଉଠୁଛି ପଞ୍ଚଜନ୍ୟ,

କହୁଛ,
ଡାକ ପାରୁଛ
ମୋତେ ଫେରେଇ ନେବ,

ମନ୍ତ୍ରୋଚ୍ଚାରଣ କରି ମୁଣ୍ଡନ କରିବ,
ଗଙ୍ଗାଜଳ ସିଂଚି ପବିତ୍ର କରିବ,
ମୋତେ ମୁକ୍ତି ଦେବ,
ସ୍ୱଧର୍ମ ପ୍ରତ୍ୟାବର୍ତ୍ତନର ମଉଜ ମନେଇବ

ଅଥଚ ଏୟା ବି ଚେତାଉଛ ଯେ,
ସିଧେ ସାଦେ ତମ କଥାକୁ
ଶିରୋଧାର୍ଯ୍ୟ ନ କଲେ
ଚକ୍ର ପେଶିବ,

ବନ୍ଧୁ ଜାଣି ରଖ

ମୋର ଏମିତି ବି କିଛି ଆପତ୍ତି ନଥିଲା ପୂର୍ବେ
କି ଏବେ ବି ନାଇଁ

ଖାଲି ଏତିକି ବୁଝେଇ ଦିଅ ଯେ,
ସ୍ୱଧର୍ମକୁ ଗଲା ପରେ
ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ପାଣ ଭିତରୁ
ମୁଁ କେଉଁଠି ସ୍ଥାନ ପାଇବି?

Basudev Sunani

In die Ecke für Unberührbare

Wie Tamarindenblätter
steht
im dunklen Wald
die nackte Vollmondnacht.

Das Heulen der Schakale
des Nachts, ein Kitzeln an der Haut,

und als mein Sohn in tiefem Schlaf versinkt,
steigt seine Murmel als Mond in den Himmel.

In diesem Augenblick,
und indem er den Bach nach der Richtung fragt,
trifft der christliche Pater ein
und klopft an den Bambuszaun meiner Hütte.

Er streicht mit Buchstaben über die Augen,
schon dämmert es im Wald,

seine Fußwäsche und sein Heilgesang lehren
mich laufen, und ich mache einen Schritt nach vorn.
Ich lausche dem Summen der Gottesliebe
und schließe den alten Pater in mein Herz.

Weil ich den alten Pater liebe,
sehe ich alles mit seinen Augen
und werde zur Gestalt, die er in mir erblickt.

Ich wandle mich zum Bild in seinem Herzen.

Singe im Chor seine Sonntagsmesse.

Ich liebe den alten Pater.

 

Und doch!
Ihr Leute, die ihr seit Anbeginn
mich Waldmensch schimpft, dem Tiger vorwarft zum Fraß,
mich in die Ecke für Unberührbare
des Dorfes verbanntet, den Kasten zuliebe.

Ihr Herrschaften, ihr Reformisten,
wo stecktet ihr die ganze Zeit?

Vor Augen habe ich sein Weltbild,
in meinem Ohr seine Zukunftsmusik,
mit meiner Zunge haben sich die Klänge
des Paters vor langer Zeit schon verbunden,

und erst danach
brachtet ihr mir
den prächtig geschmückten Götterwagen,
von dem die Trompete tönt,

und ihr sprecht zu mir, fordert mich auf,
zurückzukehren in eure Gemeinschaft,

wollt meinen Kopf aalglatt rasieren
mit heiligen Versen,
mit heiligem Gangeswasser
mich reinigen, befreien,

ein Fest aus Anlaß meiner Heimkehr feiern,

und dennoch droht ihr mir mit dem Tod,
falls ich mich sträube!

Liebe Freunde, nehmt zur Kenntnis,

ich habe mich nie beklagt
und klage
auch heute nicht,

nur sagt mir klar und deutlich:

Wohin führt mich
eine solche Heimkehr?

Wo fände ich mich wieder?
Unter den Priestern, Kriegern, Dienern oder
den Unberührbaren?

Translation: Jan Wagner

 

Biography Basudev Sunani

More poems

ଗୋଠିଆଲେନ୍ /
Die Göttin Gothialane


ଶରୀର ଶୁଦ୍ଧି /
Körperreinigung