ଶରୀର ଶୁଦ୍ଧି / Körperreinigung
ଶରୀର ଶୁଦ୍ଧି
ଗୋଟିଏ ଥର
ସିର୍ଫ ଗୋଟିଏ ଥର ହାଡ଼ଟିଏ ଖଂଜି ନିଅ
ତମ ଜିଭରେ ଏବଂ
ମାଟିକୁ ଜାବୁଡ଼ି କୁହ,
କେଉଁ ଗଙ୍ଗାରେ ଧୋଇବି
ମୋର ଗୁହ ସରସର ଦେହ
କେତେ ଭରଣ ତୁଳସୀ ପତ୍ର ଲୋଡ଼ା
ଶରୀର ଶୁଦ୍ଧି ପାଇଁ ତ’
କେତେ ମହଣ ଚନ୍ଦନ ପ୍ରଲେପରେ
ମହକି ଉଠିବ କାୟ
ତମ ଗାଣ୍ଡିଧୂଆ ପାଣିରେ ଭାସୁଥିବା ନେଣ୍ଡିଗୁହକୁ
ଯେବେ ବାଲ୍ଟିରେ ବୋଝେଇ
ଟାଙ୍କିରୁ ବାହାର କରେ ତ’
ମୁଁ କେମିତି ଦେଖାଯାଏ?
ବାଉଁଶ ଲାଠିରେ ଗେଂଜି ଗେଂଜି
ସ୍ୱେରେଜ୍ ସଫା କଲାବେଳେ
ତମ ପାଇଖାନାରୁ ସଦ୍ୟ ଖଲଖଲ, ବୋହି ଆସୁଥିବା
ପାଣିରେ ଆକ୍ତାମାକ୍ତା ପହଁରୁଥାଏ ତ’
ମୁଁ କେମିତି ଦେଖାଯାଏ?
ନାକ ଫଟେଇ ଦେଉଥିବା
ପୋକ ସରସର ଦୁର୍ଗନ୍ଧ କୁକୁରକୁ
ପିଲା କାଖେଇଲା ପରି
ଦି’ହାତରେ ଉଠେଇ
ତମ ଗାଡି ଚଲା ପିଚୁ ରାସ୍ତାକୁ ସଫା କରୁଥାଏ ତ
ମୁଁ କେମିତି ଦେଖାଯାଏ?
ଗୋଟିଏ ଥର
ସିର୍ଫ ଗୋଟିଏ ଥର
ଆଖିର ପିତୁଳାକୁ ମନେଇ
ସୂର୍ଯ୍ୟକୁ ନିରେଖି, ଦେଖି ନିଅ ମୋତେ
ଜଣା ପଡିବ
ତମ ମଜ୍ଜାରେ ବଳ ଅଛି କେତେ?
ମୁଁ ଯେଉଁଠି ଠିଆ ହୁଏ
ତ’ ଦୁର୍ଗନ୍ଧରେ ଭରିଯାଏ ପରିବେଶ
ଛିଃ... ଛିଃ....ରେ ଟେକି ଉଠେ ନାକ
ଥୁଃ... ଥୁଃ...ରେ ପାଟି
ନାହିଁ... ନାହିଁ...ରେ ଆଖି
ମୋତେ ଦିନଟିଏ ଜର ହେଲେ
ତମ ଦାଣ୍ଡ ରହିଯାଏ ଅସନା
ଚୋକ୍ ହୋଇଯାଏ ପାଇଖାନା
ରୋଗୀଙ୍କ ଧର୍ମଘଟରେ
ଥରହର ଡାକ୍ତରଖାନା ।
ଗୋଟିଏ ଥର,
ସିର୍ଫ ଗୋଟିଏ ଥର
ତମ ମଗଜକୁ ପଚାରି ବୁଝେଇ ଦିଅ
ସ୍ମୃତି, ପୁରାଣ, ମେଧା, ଶିକ୍ଷା
ବୋଇଲେ କ’ଣ?
ଯେଉଁ ହାତରେ ସଫା କରେ ଗୁହ
ସେଇ ହାତରେ ଖାଏ ଭାତ
ଗୁହ ଆଉ ଭାତ ଭିତରେ ଥିବା ପାର୍ଥକ୍ୟ
ମୋତେ ଜଣା
ହେଲେ ସ୍ମୃତି, ପୁରାଣ, ମେଧା, ଶିକ୍ଷା କହିଲେ
ମୁଁ ବାଟବଣା
ମୁଁ ଦେଖିଛି
ସବୁ ଦେଖିଛି
ଦେଖିଛି ତମ ଅନ୍ତପୁଟାରୁ ନିଗିଡ଼ିଥିବା
ପୁଞ୍ଜା ପୁଞ୍ଜା ଦଶିପୋକ,
ତମ ତଣ୍ଟିରୁ ବାହାରିଥିବା
ଟେଳା ଟେଳା ଖଂକାର
ତମ ମଲା ଶେଯରେ ଲଟ୍କି ଥିବ
ଧାର ଧାର ରୁଥିବର,
ମୋତେ ଛିଃ... ଛିଃ....
ଥୁଃ... ଥୁଃ... କଲେ ବି
ମୋର ନଥିବା ଅବସ୍ଥାରେ
ତମ ମାନସିକ ବେଭାର
ଗୋଟିଏ ଥର କହିଦିଅ
ସିର୍ଫ ଗୋଟିଏ ଥର
ତମ ଜିଭରେ ହାଡ଼ ଖଂଜି
କହିଦିଅ,
ଗଂଗା, ତୁଳସୀ, ଚନ୍ଦନ,
ଏ ସମସ୍ତ ଦ୍ରବ୍ୟ ମଧ୍ୟରୁ
କୋଉଥିରୁ କେତେ କେତେ ଦରକାର
ଶୁଦ୍ଧି କରିବାକୁ
ମୋର ଗୁହ ସରସର ଶରୀର
ମାତ୍ର ଥରୁଟିଏ ଶୁଦ୍ଧି କରିବାକୁ
ମୋର ଗୁହ ସରସର ଶରୀର ।
Basudev Sunani
Sie benötigen den Flashplayer , um dieses Video zu sehen
ଗୋଟିଏ ଥର
ସିର୍ଫ ଗୋଟିଏ ଥର ହାଡ଼ଟିଏ ଖଂଜି ନିଅ
ତମ ଜିଭରେ ଏବଂ
ମାଟିକୁ ଜାବୁଡ଼ି କୁହ,
କେଉଁ ଗଙ୍ଗାରେ ଧୋଇବି
ମୋର ଗୁହ ସରସର ଦେହ
କେତେ ଭରଣ ତୁଳସୀ ପତ୍ର ଲୋଡ଼ା
ଶରୀର ଶୁଦ୍ଧି ପାଇଁ ତ’
କେତେ ମହଣ ଚନ୍ଦନ ପ୍ରଲେପରେ
ମହକି ଉଠିବ କାୟ
ତମ ଗାଣ୍ଡିଧୂଆ ପାଣିରେ ଭାସୁଥିବା ନେଣ୍ଡିଗୁହକୁ
ଯେବେ ବାଲ୍ଟିରେ ବୋଝେଇ
ଟାଙ୍କିରୁ ବାହାର କରେ ତ’
ମୁଁ କେମିତି ଦେଖାଯାଏ?
ବାଉଁଶ ଲାଠିରେ ଗେଂଜି ଗେଂଜି
ସ୍ୱେରେଜ୍ ସଫା କଲାବେଳେ
ତମ ପାଇଖାନାରୁ ସଦ୍ୟ ଖଲଖଲ, ବୋହି ଆସୁଥିବା
ପାଣିରେ ଆକ୍ତାମାକ୍ତା ପହଁରୁଥାଏ ତ’
ମୁଁ କେମିତି ଦେଖାଯାଏ?
ନାକ ଫଟେଇ ଦେଉଥିବା
ପୋକ ସରସର ଦୁର୍ଗନ୍ଧ କୁକୁରକୁ
ପିଲା କାଖେଇଲା ପରି
ଦି’ହାତରେ ଉଠେଇ
ତମ ଗାଡି ଚଲା ପିଚୁ ରାସ୍ତାକୁ ସଫା କରୁଥାଏ ତ
ମୁଁ କେମିତି ଦେଖାଯାଏ?
ଗୋଟିଏ ଥର
ସିର୍ଫ ଗୋଟିଏ ଥର
ଆଖିର ପିତୁଳାକୁ ମନେଇ
ସୂର୍ଯ୍ୟକୁ ନିରେଖି, ଦେଖି ନିଅ ମୋତେ
ଜଣା ପଡିବ
ତମ ମଜ୍ଜାରେ ବଳ ଅଛି କେତେ?
ମୁଁ ଯେଉଁଠି ଠିଆ ହୁଏ
ତ’ ଦୁର୍ଗନ୍ଧରେ ଭରିଯାଏ ପରିବେଶ
ଛିଃ... ଛିଃ....ରେ ଟେକି ଉଠେ ନାକ
ଥୁଃ... ଥୁଃ...ରେ ପାଟି
ନାହିଁ... ନାହିଁ...ରେ ଆଖି
ମୋତେ ଦିନଟିଏ ଜର ହେଲେ
ତମ ଦାଣ୍ଡ ରହିଯାଏ ଅସନା
ଚୋକ୍ ହୋଇଯାଏ ପାଇଖାନା
ରୋଗୀଙ୍କ ଧର୍ମଘଟରେ
ଥରହର ଡାକ୍ତରଖାନା ।
ଗୋଟିଏ ଥର,
ସିର୍ଫ ଗୋଟିଏ ଥର
ତମ ମଗଜକୁ ପଚାରି ବୁଝେଇ ଦିଅ
ସ୍ମୃତି, ପୁରାଣ, ମେଧା, ଶିକ୍ଷା
ବୋଇଲେ କ’ଣ?
ଯେଉଁ ହାତରେ ସଫା କରେ ଗୁହ
ସେଇ ହାତରେ ଖାଏ ଭାତ
ଗୁହ ଆଉ ଭାତ ଭିତରେ ଥିବା ପାର୍ଥକ୍ୟ
ମୋତେ ଜଣା
ହେଲେ ସ୍ମୃତି, ପୁରାଣ, ମେଧା, ଶିକ୍ଷା କହିଲେ
ମୁଁ ବାଟବଣା
ମୁଁ ଦେଖିଛି
ସବୁ ଦେଖିଛି
ଦେଖିଛି ତମ ଅନ୍ତପୁଟାରୁ ନିଗିଡ଼ିଥିବା
ପୁଞ୍ଜା ପୁଞ୍ଜା ଦଶିପୋକ,
ତମ ତଣ୍ଟିରୁ ବାହାରିଥିବା
ଟେଳା ଟେଳା ଖଂକାର
ତମ ମଲା ଶେଯରେ ଲଟ୍କି ଥିବ
ଧାର ଧାର ରୁଥିବର,
ମୋତେ ଛିଃ... ଛିଃ....
ଥୁଃ... ଥୁଃ... କଲେ ବି
ମୋର ନଥିବା ଅବସ୍ଥାରେ
ତମ ମାନସିକ ବେଭାର
ଗୋଟିଏ ଥର କହିଦିଅ
ସିର୍ଫ ଗୋଟିଏ ଥର
ତମ ଜିଭରେ ହାଡ଼ ଖଂଜି
କହିଦିଅ,
ଗଂଗା, ତୁଳସୀ, ଚନ୍ଦନ,
ଏ ସମସ୍ତ ଦ୍ରବ୍ୟ ମଧ୍ୟରୁ
କୋଉଥିରୁ କେତେ କେତେ ଦରକାର
ଶୁଦ୍ଧି କରିବାକୁ
ମୋର ଗୁହ ସରସର ଶରୀର
ମାତ୍ର ଥରୁଟିଏ ଶୁଦ୍ଧି କରିବାକୁ
ମୋର ଗୁହ ସରସର ଶରୀର ।
Basudev Sunani
Körperreinigung
Einmal noch, wenn ihr könnt,
stärkt eure Zunge mit einem Knochen,
steht mit beiden Beinen auf der Erde
und fragt euch:
Welcher Ganges reinigt
meinen kotbeschmierten Körper?
Wieviele Schichten
von Tulsiblättern
können mich heiligen?
Wieviele Tonnen Sandelholz
lassen meinen Leib duften?
Wie sehe ich aus
beim Reinigen eurer Klärgrube,
wenn ich eimerweise
darin treibende Scheiße
aus dem Wasser hole, das ihr
zum Putzen eurer Hintern benutzt habt?
Wie sehe ich aus
wenn ich atemlos schwimme
in dem Wasser, das direkt
aus euren Aborten strömt,
um die Rohre tief unten durchzuspülen?
Wie sehe ich aus, wenn ich
den verwesenden, von Maden wimmelnden Hund
auflese, um die Straße zu säubern,
auf daß euer Auto
sanft dahingleiten möge?
Einmal,
nur ein einziges Mal
laßt eure Pupillen
sich zur Sonne hinwenden
und auf mir ruhen;
erst dann ermeßt ihr
welche Kraft
in euch ist.
Wo ich bin
stinkt es grauenhaft.
Ihr rümpft die Nase,
habt ein Würgen in der Kehle,
verdreht die Augen.
Doch wenn ich einen Tag lang krank bin,
werden eure Straßen nicht gekehrt.
Die Toiletten verstopfen.
In den Krankenhäusern
beginnen die Leute zu randalieren.
Bittet eure grauen Zellen
nur einmal darum zu erklären,
was Überlieferung, Mythologie,
Intelligenz und Erziehung bedeuten.
Ich bin jener, der mit Scheiße hantiert
und seinen Reis
mit denselben Fingern ißt;
ich bin jener,
der den Unterschied kennt
zwischen Scheiße und Reis.
Hingegen weiß ich nicht
was Überlieferung, Mythologie,
Intelligenz und Erziehung sind.
Ich habe alles gesehen –
Würmer, die aus eurem Darm entfernt wurden,
Rotze und Sabber
aus euren Mündern,
geronnenes Blut
auf euren Sterbebetten.
Ihr könnt mich verspotten und verhöhnen,
aber wenn ich einmal nicht da bin,
dann werdet ihr, soviel ist klar,
einen Nervenzusammenbruch erleiden.
Stärkt eure Zunge mit einem Knochen
und sagt mir nur einmal –
wieviel Ganges, Tulsi
und Sandelholz wären nötig
zu reinigen, zu heiligen
meinen kotbeschmierten Körper.
Übersetzung: Jan Wagner
Weitere Gedichte
ଅଛବ ଇଲାକାକୁ /
In die Ecke für Unberührbare
ଗୋଠିଆଲେନ୍ /
Die Göttin Gothialane
ଶରୀର ଶୁଦ୍ଧି /
Körperreinigung
Einmal noch, wenn ihr könnt,
stärkt eure Zunge mit einem Knochen,
steht mit beiden Beinen auf der Erde
und fragt euch:
Welcher Ganges reinigt
meinen kotbeschmierten Körper?
Wieviele Schichten
von Tulsiblättern
können mich heiligen?
Wieviele Tonnen Sandelholz
lassen meinen Leib duften?
Wie sehe ich aus
beim Reinigen eurer Klärgrube,
wenn ich eimerweise
darin treibende Scheiße
aus dem Wasser hole, das ihr
zum Putzen eurer Hintern benutzt habt?
Wie sehe ich aus
wenn ich atemlos schwimme
in dem Wasser, das direkt
aus euren Aborten strömt,
um die Rohre tief unten durchzuspülen?
Wie sehe ich aus, wenn ich
den verwesenden, von Maden wimmelnden Hund
auflese, um die Straße zu säubern,
auf daß euer Auto
sanft dahingleiten möge?
Einmal,
nur ein einziges Mal
laßt eure Pupillen
sich zur Sonne hinwenden
und auf mir ruhen;
erst dann ermeßt ihr
welche Kraft
in euch ist.
Wo ich bin
stinkt es grauenhaft.
Ihr rümpft die Nase,
habt ein Würgen in der Kehle,
verdreht die Augen.
Doch wenn ich einen Tag lang krank bin,
werden eure Straßen nicht gekehrt.
Die Toiletten verstopfen.
In den Krankenhäusern
beginnen die Leute zu randalieren.
Bittet eure grauen Zellen
nur einmal darum zu erklären,
was Überlieferung, Mythologie,
Intelligenz und Erziehung bedeuten.
Ich bin jener, der mit Scheiße hantiert
und seinen Reis
mit denselben Fingern ißt;
ich bin jener,
der den Unterschied kennt
zwischen Scheiße und Reis.
Hingegen weiß ich nicht
was Überlieferung, Mythologie,
Intelligenz und Erziehung sind.
Ich habe alles gesehen –
Würmer, die aus eurem Darm entfernt wurden,
Rotze und Sabber
aus euren Mündern,
geronnenes Blut
auf euren Sterbebetten.
Ihr könnt mich verspotten und verhöhnen,
aber wenn ich einmal nicht da bin,
dann werdet ihr, soviel ist klar,
einen Nervenzusammenbruch erleiden.
Stärkt eure Zunge mit einem Knochen
und sagt mir nur einmal –
wieviel Ganges, Tulsi
und Sandelholz wären nötig
zu reinigen, zu heiligen
meinen kotbeschmierten Körper.
Übersetzung: Jan Wagner
Biografie Basudev Sunani
Weitere Gedichte
ଅଛବ ଇଲାକାକୁ /
In die Ecke für Unberührbare
ଗୋଠିଆଲେନ୍ /
Die Göttin Gothialane
ଶରୀର ଶୁଦ୍ଧି /
Körperreinigung